ବ୍ରହ୍ମପୁର ( ଦ କୁଇଭର ): ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହତ୍ୟା ଧମକ ଦିଆଯାଇଛି । ଜଣେ ସୁପାରୀ କିଲର ତାଙ୍କୁ ଫୋନ କରି ହତ୍ୟା ଧରମ ଦେଇଥିବା ନେଇ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି । ପିଣ୍ଟୁ ନିଜ ଅଭିଯୋଗରେ ଦର୍ଶାଇଛନ୍ତିଯେ, ଆଜି ଅର୍ଥାତ ରବିବାର ତାଙ୍କ ୱାଟସଆପ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଶିବରାମ ପାଳ ବୋଲି ଦର୍ଶାଇଥିଲା । ସେହି ବ୍ୟକ୍ତି ଜଣଙ୍କ ପିଣ୍ଟୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ମୋ ଭାଇ ଇଛିଲିକୁ ଦଣ୍ଡ କଲୁ ଓ ମଉଜ ମିଶ୍ରକୁ ଧରାଇବାରେ ପୁଲିସକୁ ସହଯୋଗ କଲୁ ବୋଲି ସେ କହିଥିଲେ l ରିଙ୍କୁକୁ ଯେପରି ସାହି ଭିତରେ ପୁଲିସ ଆଗରେ ଗୁଳି କରିଥିଲି ତେତେ ମଧ୍ୟ ସେମିତି ଗୁଳି କରିବି ମାରିଦେବି ବୋଲି ସେହି ବ୍ୟକ୍ତି ଜଣଙ୍କ ଧମକ ଦେଇଥିବା ପିଣ୍ଟୁ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି l ଫୋନ କରିଥିବା ବ୍ୟକ୍ତି ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ସେ ଉଲ୍ଲେଖ କରିଛନ୍ତି l ପ୍ରକାଶଥାଉକି, କିଛି ମାସ ତଳେ ପିଣ୍ଟୁଙ୍କ ଗାଡି ଉପରକୁ ଗୁଳି ମାଡ ହୋଇଥିଲା । ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।