Join Us To Make A Difference

The Drops💧

ନୂତନ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଯୋଗଦାନ

ନୂତନ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଯୋଗଦାନ
Published by:Jyotshna Kumari
#district

ବ୍ରହ୍ମପୁର( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ଭାବେ ଯୋଗଦାନ କରିଛନ୍ତି ଜଷ୍ଟିସ ଅଶାନ୍ତ କୁମାର ଦାସ l ନୂତନ ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ମାନ୍ୟବର ଅଶାନ୍ତ କୁମାର ଦାସ ଙ୍କୁ ଗଞ୍ଜାମ ଓକିଲ ସଂଘ ତରଫରୁ ଆଜି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l

Comments

Leave a Comment

Comments

No comments yet.

Crime

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Politics

ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ

Blog Thumbnail

ଦ କୁଇଭର ବ୍ୟୁରୋ :- ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅମର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ ହୋଇପାରନ୍ତି ସାମିଲ୍ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କ ସହ ନୂଆପଡ଼ାର କିଛି ବିଜେଡ଼ି ନେତା ବିଜେପିରେ ସାମିଲ୍ ହେବା ନେଇ ମଧ୍ୟ ଚର୍ଚ୍ଚା ।

Crime,State

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍ ପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଦାଲତ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ ବିବୃତି କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ମାଗିଛନ୍ତି ହାଇକୋର୍ଟ । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।


ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

Shree Jagannath

ଆଜିଠୁ ପଞ୍ଚୁକ ବ୍ରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବା ପଞ୍ଚକରେ ସମସ୍ତ ବେଶ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବା ଏହାକୁ ଦୃଷ୍ଟିରେ ରଖି ଅନୁରୂପ ଦର୍ଶନ ବ୍ୟବସ୍ଥା କରାଯାଇଛି । ରବିବାର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ପାଇପାରିବେ । ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେବକମାନେ ସବୁଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ । ଅର୍ଥାତ ଯାତ୍ରୀ ପରିଚର୍ଯ୍ୟା ଉପରେ ରୋକ ଲଗାଯାଇଛି । ସେବାୟତମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । କେବଳ ବାହାରକାଠରୁ ଦର୍ଶନ ଯାତ୍ରୀ ନେଇ ଯାଇପାରିବେନି ଯାତ୍ରୀ ପଣ୍ଡା ନୃସିଂହ ବେଶ ଏବଂ କାର୍ଷିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ ।ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ ।

Health & lifestyle,National

ଦିଲ୍ଲୀ-ଏନ୍‌ସିଆର୍‌ ପ୍ରଦୂଷଣ ସର୍ଭେ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି। ଏଠାରେ ୭୫% ପରିବାର ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ କରିଛନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ସେପ୍ଟେମ୍ବର ଶେଷରେ ଏହା ୫୬% ଥିବା ବେଳେ ଏବେ ଏହା ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ‘ଲୋକାଲ୍‌ସର୍କଲ୍ସ’ ଦ୍ୱାରା ପରିଚାଳିତ ସର୍ଭେରେ ଦିଲ୍ଲୀ, ଗୁରୁଗ୍ରାମ, ନୋଇଡା, ଫରିଦାବାଦ ଓ ଗାଜିଆବାଦର ବାସିନ୍ଦାଙ୍କଠାରୁ ୧୫,୦୦୦ରୁ ଅଧିକ ମତାମତ ସଂଗ୍ରହ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଋତୁଭିତ୍ତିକ ଭାଇରସ୍ ଓ ଅତ୍ୟଧିକ ପ୍ରଦୂଷଣଜନିତ ମିଶ୍ରିତ ପ୍ରଭାବକୁ ସୂଚାଉଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଚଳିତ ରୋଗ ଓ ଲକ୍ଷଣଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଅବସ୍ଥା ହେଉଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ। ପ୍ରଭାବିତ ବ୍ୟକ୍ତିମାନେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ଥକାପଣ, ଶରୀର ଯନ୍ତ୍ରଣା ଓ ଶ୍ୱାସକ୍ରିୟାଜନିତ ଅସୁବିଧା ଅନୁଭବ କରନ୍ତି। ଏହି ସ୍ଥିତି ପ୍ରାୟତଃ ୧୦ ଦିନରୁ ଅଧିକ ସମୟ ଧରି ରହିଥାଏ। ଶିଶୁ, ବୃଦ୍ଧ ଓ ପୂର୍ବରୁ ରୋଗ ଥିବା ବ୍ୟକ୍ତିମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ୧୭% ଘରେ ଚାରି କିମ୍ବା ଅଧିକ ସଦସ୍ୟ ଅସୁସ୍ଥ ଥିବା ବେଳେ ୨୫% ଘରେ ଦୁଇରୁ ତିନି ମାମଲା ରହିଛି। ୩୩% ଘରେ ଜଣେ ପ୍ରଭାବିତ ବ୍ୟକ୍ତି ଥିବା ବେଳେ କେବଳ ୨୫% ପରିବାର ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ବାୟୁ ଗୁଣବତ୍ତା ସୂଚକାଙ୍କ ଏବେ ଅଧିକାଂଶ ସ୍ଥାନରେ ୪୦୦–୫୦୦ ମଧ୍ୟରେ ରହିଥିବା ବେଳେ ପିଏମ୍‌ ୨.୫ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ସୁରକ୍ଷିତ ସୀମାଠାରୁ ପ୍ରାୟ ୧୦ ଗୁଣ ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣ-ସମ୍ବନ୍ଧୀୟ ସମସ୍ୟା ଯେପରି ଶ୍ୱାସକ୍ରିୟା ଅସୁବିଧା, ନାକ ବନ୍ଦ, ଆଖି ଜଳାପୋଡ଼ା ଓ ମୁଣ୍ଡ ଯନ୍ତ୍ରଣା ରିପୋର୍ଟ କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘର ଭିତର ବାୟୁ ଗୁଣବତ୍ତା ଉନ୍ନତ କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି।

Crime,Politics

ବବି'ଙ୍କ ନାମରେ କୋମନା ଥାନାରେ ଲିଖତ ଅଭିଯୋଗ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି କିନ୍ତୁ ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି । କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ଏକ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି କୁଆଡ଼େ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ‌ଉଦ୍ଧାର କରିଥିବା ଜିତୁ କହିଛନ୍ତି।