Join Us To Make A Difference

The Drops💧

ହ୍ୟୁମାନ ସାଗର ଗୁରୁତର

ହ୍ୟୁମାନ ସାଗର ଗୁରୁତର
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ:- ଏବେବି ସଙ୍କଟାପନ୍ନ ରହିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା । ହାଇ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା କରାଯାଉଛି । ଏମ୍ସ ପକ୍ଷରୁ ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଭେଟିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଗତକାଲି (ଶନିବାର) ରାତିରେ ଭୁବନେଶ୍ବର AIIMS ଯାଇ ଚିକିତ୍ସାଧିନ ଅବସ୍ଥାରେ ଥିବା ହ୍ୟୁମାନଙ୍କୁ ଭେଟିଛନ୍ତି ଅନୁଭବ । ତାଙ୍କୁ ଦେଖିବା ସହ ହ୍ୟୁମାନ କିଛି କଥାର ରେସ୍‌ପନ୍ସ କରୁଥିବା ଅନୁଭବ କହିଛନ୍ତି । ହ୍ୟୁମାନ ଶୀଘ୍ର ସୁସ୍ଥ ହୋଇ ଘରକୁ ଆସିବେ ବୋଲି ଅନୁଭବ ଆଶା ପ୍ରକଟ କରିଛନ୍ତି । ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗଟାପନ୍ନ ରହିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବର AIIMSରେ ସେ ଚିକିତ୍ସାତି ହେଉଛନ୍ତି । ତାଙ୍କ ଲିଭର ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଯଦି ସ୍ବାସ୍ଥ୍ୟ ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ତାକୁ ନେଇ AIIMS ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments

Leave a Comment

Comments

No comments yet.

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

Crime

ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି । ଆଜି ତାହାର ଶୁଣାଣି ଅଛି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ ଲାବ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍ ଟେଷ୍ଟ କରିବ କ୍ରାଇମ୍ ବ୍ରାଞ୍ଚ୍। କୋର୍ଟଙ୍କ ଅନୁମତି ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡ ରେ ନେଇଥିଲା ।

State

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର SP

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡିଶା ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମାମଲାର ଆଜି ହୋଇଛି ଶୁଣାଣି, ଯେଉଁଥିରେ ଉପସ୍ଥିତ ରହି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ବ୍ୟକ୍ତିଗତ ହlଜର ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଲାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବାବେଳେ ଏଭଳି ମନ୍ତବ୍ୟ ନଦେବାକୁ ଏସପିଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

Politics

ବିହାରରେ କିଏ ଗଢ଼ିବ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ୧୩୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ସେମାନଙ୍କ ରାୟ ରେକର୍ଡ କରୁଛନ୍ତି । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଆସିବ, କିନ୍ତୁ ଏହା ପୂର୍ବରୁ ଏକଜିଟ୍ ପୋଲ୍‌ର ଆକଳନ କିଛି ସମୟ ମଧ୍ୟରେ ଆସିବ । ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଅଛି । ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ, ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ମେଣ୍ଟ ହିଁ ଜିତିଥିଲା । ୨୦୧୫ ନିର୍ବାଚନରେ ମହାମେଣ୍ଟ ଜିତିଥିଲା, ସେତେବେଳେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ଜନତା ଦଳ (ୟୁନାଇଟେଡ୍) ମଧ୍ୟ ଏହାର ଅଂଶ ଥିଲା । ଏଥର ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ଶାସକ ଏନଡିଏ ଏବଂ ବିରୋଧୀ ମହାମେଣ୍ଟ ମଧ୍ୟରେ ବୋଲି ବିବେଚନା କରାଯାଉଛି । ରାଜନୀତି ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନ ସୁରାଜ, ଅସଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ନିର୍ବାଚନୀ ଲଢେଇକୁ ବହୁକୋଣୀୟ କରିବାକୁ ଚେଷ୍ଟା କରିଥିଲେ । ଏଥର ଏନଡିଏ ମହାମେଣ୍ଟ ସହିତ ପିକେଙ୍କ ପାର୍ଟିଠାରୁ ମଧ୍ୟ କଡା ଟକ୍କର ପାଉଛି । ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଅଛି ଏବଂ ସେଥିମଧ୍ୟରୁ ୧୨୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ରେ ଭୋଟ୍ ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା

Entertainment

ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଏକ ଫିଲ୍ମ ଷ୍ଟୁଡିଓ ଏବଂ ଡିଜିଟାଲ ଲ୍ୟାବ ନିର୍ମାଣର ଦାବି ତଥା ଆମ ଅଞ୍ଚଳର କଳାକାର, ଶିଶୁ ଓ ଯୁବପିଢ଼ିଙ୍କୁ ଚଳଚ୍ଚିତ୍ର ଦୁନିଆରେ ପ୍ରତିଷ୍ଠିତ କରାଇବାର ଉଦ୍ଦେଶ୍ୟ ନେଇ 'ଲକ୍ଷ୍ୟ ଓ ବ୍ରହ୍ମପୁର ଫିଲ୍ମ ଆପ୍ରୋସିଏସନ କ୍ଳବ ପକ୍ଷରୁ ଗଞ୍ଜାମ କଳା ପରିଷଦ ଠାରେ ‘ବ୍ରହ୍ମପୁର ଚଳଚ୍ଚିତ୍ର ମହୋତ୍ସବ – ୨୦୨୫' ଆୟୋଜିତ ହୋଇଯାଇଛି ।ଲକ୍ଷ୍ୟ ର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଧାରାବାହିକ ଅଭିନେତା ଅଭିଷେକ ଓ ସତ୍ୟ ନାରାୟଣ ଉଦଘାଟନ କରିଥିଲେ। ଦିନ ସାରା ସାରା ଭାରତରୁ ଭାଗ ନେଇଥିବା ଏନିମେସନ୍, ଡକ୍ୟୁମେଣ୍ଟାରୀ, ସର୍ଟ ଫିଲ୍ମ ଓ ଫିଚର ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସଂଧ୍ୟାରେ ପୁରସ୍କାର ବିତରଣୀ ସମାରୋହରେ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାଶଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ତଥା ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ।ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗା ରାଓ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ପତି, ଧାରାବାହିକ ନିର୍ଦ୍ଦେଶକ ଆଲୋକ କୁମାର ପରିଡ଼ା, ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ, ଗଣେଶ୍ବର ମହାରଣା ଓ ମାଂକେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି, ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କୁ ସିନେ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ, ୨୫ଟି ତ୍ୟାନ୍ସ ଗ୍ରୁପ୍‌ର ନୃତ୍ୟବିତ୍, ଫିଲ୍ମ ସମ୍ପର୍କିତ କର୍ମଶାଳା ସାମିଲ ହୋଇଥିଲା। କାର୍ଯ୍ୟକ୍ରମରେ ସଂଯୋଜିକା ରଶ୍ମିତା ଦଳାଇ,ଉପାଧ୍ଯକ୍ଷ ସାଇକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ଲକ୍ଷ୍ମୀନାରାୟଣ ସାବତ, ରତ୍ନାକର ସିଅ, ରୁଦ୍ର ନାରାୟଣ ନାୟକ, ଦୀପକ ଷଡ଼ଙ୍ଗୀ, ରାଜେଶ ପାତ୍ର, ଅଜିତ ନାହାକ,ମହାନ ଦିବ୍ୟାତ୍ମନ ସାମଲ ପ୍ରମୁଖ ସହଯୋଗ କରିଥିଲେ।

City,Sports

କୌଶିକ କପ-୨୦୨୫ରେ ମୀନାକ୍ଷୀ ନଗର୍ ଜାଭିୟର୍ସ ସ୍କୁଲ ଚାମ୍ପିଅନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମହାତ୍ମାଗାନ୍ଧି ଷ୍ଟାଡିୟମ୍ ପରିସରରେ ଶ୍ରୀ କୌଶୀକ୍ କପ୍ -୨୦୨୫ ନାମରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣ! ମେଣ୍ଟ ଆୟୋଜିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ବ୍ରହ୍ମପୁର ସହଯୋଗରେ ଏପରି କ୍ରିକେଟ୍ ପ୍ରତିଯୋଗୀତା ସିଜନ୍-୨ ଆୟୋଜିତ ହୋଇଥିଲା । ଫାଇନାଲ ରେ ବାଳିକା ଦଳରେ ମୁଖ୍ୟ ଅତିଥିରୂପେ ଏମ୍‌କେସିଜି ମେଡ଼ିକାଲ୍ କଲେଜ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ର ଡ଼ା ସ୍ଵାତୀ ମିଶ୍ର ଓ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ଥିଲେ । ଆଂଚଳିକ ଶିକ୍ଷା ନିର୍ଦେଶକ କାହ୍ନୁ ଚରଣ ପଣ୍ଡା ନିର୍ଦେଶକ କୁନାଲ କୌଶିକ ପଣ୍ଡା, ଓ ରାହୁଲ ରାଜ୍ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏହି କ୍ରିକେଟ୍ ଟୁର୍ଣ୍ଣ ମେଣ୍ଟ ଆୟୋଜିତ ହୋଇଥିଲା । ଲିଡ୍ସ କ୍ଲବର ସମ୍ପାଦକ ମନୋଜ ଦଣ୍ଡପାଟ,କ୍ରୀଡା ଶିକ୍ଷକ ବିଶ୍ୱବନ୍ଧୁ ପାଢ଼ୀ, ଦୀପକ ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏଥିରେ ୧୧ଟି ବିଦ୍ୟାଳୟ ର ବାଳକ ଦଳ ଓ ୪ଟି ବାଳିକା ଦଳ ଯୋଗଦେଇଥିଲେ । ବାଳକ ଦଳ ଓ ବାଳିକା ଦଳରେରେ ମୀନାକ୍ଷୀ ନଗର୍ ସେଣ୍ଟ ଜାଭିଅର୍ସ ସ୍କୁଲ ଦଳ ଫାଇନାଲ ମ୍ୟାଚ୍ ରେ ଚମ୍ପିୟାନ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ବାଳିକା ବିଭାଗ ରେ ଆମ୍ବପୂଆ ସେଣ୍ଟ ଜାଭିୟର୍ସ ସ୍କୁଲ ଓ ବାଳକ ବିଭାଗ ରେ ଡି ଏ ଭି ସ୍କୁଲ ରନସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚ୍ ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପିଜି କାଉନସିଲ ଚେୟାରମେନ ଡ .ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ବ୍ୟବସାୟୀ ପ୍ରିତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ବର୍ଷ ମଧ୍ୟ ଏପରି କ୍ରିକେଟ ଖେଳ ଆୟୋଜିତ କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା। ଉଭୟ ବାଳକ ଓ ବାଳିକା ଦଳରେ ମୀନାକ୍ଷୀ ନଗର୍ ସ୍କୁଲ ଚମ୍ପିୟାନ ହୋଇଥିବାରୁ ସ୍କୁଲ ତରଫରୁ ଚେୟାରମେନ ଗୌରୀ ଶଙ୍କର ପଣ୍ଡା ,ସମ୍ପାଦିକା ପ୍ରିୟମ୍ବଦା ଦାସ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି ।