Join Us To Make A Difference

The Drops💧

ଆଉ ୪ ଦିନ ଘନ କୁହୁଡ଼ି

ଆଉ ୪ ଦିନ ଘନ କୁହୁଡ଼ି
Published by:Jyotshna Kumari
#weather

ଦ କୁଇଭର ବ୍ୟୁରୋ :- ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଶୀତ ସହ କଲବଲ କରୁଛି ଘନ କୁହୁଡ଼ି । ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦୁଶୁନି । ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୭.୫ ଡିଗ୍ରି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ ଆଗକୁ ବି ଶୀତ ଜାରି ରହିବ ।ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । କୁହୁଡି ଯୋଗୁ ବିମାନ ଚଳାଚଳ ବି ପ୍ରଭାବିତ ହେଉଛି । ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଦିନ ୧୧ଟା ଯାଏ ବନ୍ଦ ରହିବ ଡଙ୍ଗା ଚଳାଚଳ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।

Comments

Leave a Comment

Comments

No comments yet.

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

State

ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ମାଣ କରାଯିବ ଶୌଚାଳୟ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ ପରେ ପ୍ରଥମ ସଚିବସ୍ତରୀୟ ବୈଠକ ନେଇଛନ୍ତି ଅନୁ ଗର୍ଗ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟାନ୍ବୟନ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅଭିିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ । ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Entertainment

ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଏକ ଫିଲ୍ମ ଷ୍ଟୁଡିଓ ଏବଂ ଡିଜିଟାଲ ଲ୍ୟାବ ନିର୍ମାଣର ଦାବି ତଥା ଆମ ଅଞ୍ଚଳର କଳାକାର, ଶିଶୁ ଓ ଯୁବପିଢ଼ିଙ୍କୁ ଚଳଚ୍ଚିତ୍ର ଦୁନିଆରେ ପ୍ରତିଷ୍ଠିତ କରାଇବାର ଉଦ୍ଦେଶ୍ୟ ନେଇ 'ଲକ୍ଷ୍ୟ ଓ ବ୍ରହ୍ମପୁର ଫିଲ୍ମ ଆପ୍ରୋସିଏସନ କ୍ଳବ ପକ୍ଷରୁ ଗଞ୍ଜାମ କଳା ପରିଷଦ ଠାରେ ‘ବ୍ରହ୍ମପୁର ଚଳଚ୍ଚିତ୍ର ମହୋତ୍ସବ – ୨୦୨୫' ଆୟୋଜିତ ହୋଇଯାଇଛି ।ଲକ୍ଷ୍ୟ ର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଧାରାବାହିକ ଅଭିନେତା ଅଭିଷେକ ଓ ସତ୍ୟ ନାରାୟଣ ଉଦଘାଟନ କରିଥିଲେ। ଦିନ ସାରା ସାରା ଭାରତରୁ ଭାଗ ନେଇଥିବା ଏନିମେସନ୍, ଡକ୍ୟୁମେଣ୍ଟାରୀ, ସର୍ଟ ଫିଲ୍ମ ଓ ଫିଚର ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସଂଧ୍ୟାରେ ପୁରସ୍କାର ବିତରଣୀ ସମାରୋହରେ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାଶଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ତଥା ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ।ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗା ରାଓ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ପତି, ଧାରାବାହିକ ନିର୍ଦ୍ଦେଶକ ଆଲୋକ କୁମାର ପରିଡ଼ା, ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ, ଗଣେଶ୍ବର ମହାରଣା ଓ ମାଂକେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି, ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କୁ ସିନେ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ, ୨୫ଟି ତ୍ୟାନ୍ସ ଗ୍ରୁପ୍‌ର ନୃତ୍ୟବିତ୍, ଫିଲ୍ମ ସମ୍ପର୍କିତ କର୍ମଶାଳା ସାମିଲ ହୋଇଥିଲା। କାର୍ଯ୍ୟକ୍ରମରେ ସଂଯୋଜିକା ରଶ୍ମିତା ଦଳାଇ,ଉପାଧ୍ଯକ୍ଷ ସାଇକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ଲକ୍ଷ୍ମୀନାରାୟଣ ସାବତ, ରତ୍ନାକର ସିଅ, ରୁଦ୍ର ନାରାୟଣ ନାୟକ, ଦୀପକ ଷଡ଼ଙ୍ଗୀ, ରାଜେଶ ପାତ୍ର, ଅଜିତ ନାହାକ,ମହାନ ଦିବ୍ୟାତ୍ମନ ସାମଲ ପ୍ରମୁଖ ସହଯୋଗ କରିଥିଲେ।

State,City

ଏକାମ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସୁଦୀପ ସାହୁ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ,ଗାୟକ,ସମାଜସେବୀ ତଥା ଆଇନଜୀବି ସୁଦୀପ କୁମାର ସାହୁ ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବୋଷ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ପୀତବାସ ମିଶ୍ର, ଡ ମୀନକେତନ ଦାଶ, ଲୋକନାଥ ମିଶ୍ର, କାନନ ବାଳା ନାୟକ, କୁଞ୍ଜବିହାରୀ ରାଉତ, , ସନ୍ଧ୍ୟାରାଣି ପ୍ରଧାନ ଓ ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସ୍ବର୍ଗତ ହ୍ୟୁମାନ ସାଗର , ଶଙ୍କର ପରିଡା, ପଣ୍ତିତ ନୀଳକଣ୍ଠ ରାଉତଙ୍କ ବିୟୋଗ ରେ ସ୍ମୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସାମ୍ବାଦିକ ସୁଦୀପ ହ୍ୟୁମାନ ଙ୍କ ଏକ ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ଏହା ପୂର୍ବରୁ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ, ହାଇଦ୍ରାବାଦ, କଲିକତା, କଟକ,ପୁରୀ, ଭୁବନେଶ୍ଵର, ପାରାଦୀପ ସମେତ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ରୁ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ପୁଣି ଥରେ ଜାତୀୟ ସ୍ତରରେ ସେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୁଦୀପ ଅବସରପ୍ରାପ୍ତ ଭୂତତ୍ବ ବିଭାଗ ପ୍ରଫେସର ଡ ମାୟାଧର ସାହୁ ଓ ପ୍ରେମଲତା ସାହୁ ଙ୍କ କନିଷ୍ଟ ପୁତ୍ର ଅଟନ୍ତି ।ଏହି ସମାରୋହରେ ବ୍ରହ୍ମପୁର ର ବରିଷ୍ଠ ଡ଼ାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ସ୍ଵସ୍ତିକ ଟିଭି ର ମୁଖ୍ୟ ପରିଚାଳିକା ଅନୁଜାନନ୍ଦ ବିଶ୍ଵାଳଙ୍କୁ ଡ .ଅବଦୁଲ କଲାମ ପ୍ରୋଫେସନ୍ୟାଲ ଆଚିଭର୍ସ ସମ୍ମାନ,କିନ୍ନର ସ୍ବିଟି ସାହୁ ଙ୍କୁ ବିବେକାନନ୍ଦ ସ୍ମୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଦେଶ ବିଦେଶ ର ବହୁ ପ୍ରତିଭାଧାରୀ ମାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦୀର୍ଘ ୧୩ବର୍ଷ ଧରି ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ସମାଜସେବା, ସଂସ୍କୃତି, ମାନବତା, ଓ ଏକତାର ମନୋଭାବକୁ ନିରନ୍ତର ଭାବେ ଆଗେଇ ନେଉଥିବା ଏଠାରେ କହିଥିଲେ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା । ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ରାଜ୍ୟ ପ୍ରତିନିଧି ପଦ୍ମ ଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

State,Education

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଳନ ହେଲା ୬୦ତମ ପ୍ରତିଷ୍ଠା ଦିବସ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ର ଶୈକ୍ଷିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ଆଜି ୬୦ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଇତିହାସ ସାକ୍ଷୀ ଅଛି ୨ ଜାନୁୟାରୀ ୧୯୬୭ ରେ ପ୍ରତିଷ୍ଠିତ ହୋଇଥିଲା ଶିକ୍ଷାନୁଷ୍ଠାନ ।ଗଞ୍ଜାମ ଜିଲ୍ଲା ର ଶ୍ରେଷ୍ଠ କବି ଉପନ୍ଦ୍ର ଭଞ୍ଜ ଙ୍କୁ ସମ୍ମାନ ଦେଇ ତଥା ତାଙ୍କ ସ୍ମୃତି କୁ ଚିରସ୍ଥାୟୀ କରିବା ପାଇଁ ସେ କ୍ୟାମ୍ପସ କୁ ଭଞ୍ଜ ବିହାର ଭାବରେ ନାମିତ କରାଯାଇଛି । ଶିକ୍ଷା ର ପ୍ରଗତି କୁ ପାଥେୟ କରି ଇତି ମଧ୍ୟରେ ଅତିକ୍ରାନ୍ତି କରିଛି ଛଅ ଦଶନ୍ଧି ର ଯାତ୍ରା। ଆଜିର ଏ ପୂଜ୍ୟ ପୂଜା ସମାରୋହ ରେ ଅଧ୍ଯକ୍ଷତା କରିଥିଲେ ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ ମୁଖ୍ୟ ଅତିଥୂ ଭାବେ ଯୋଗ ଦେଇଥିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହା ନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ତତ୍ ସହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଆଇଜର ର ନିର୍ଦେଶକ ଅଶୋକ କୁମାର ଗାଙ୍ଗୁଲି ତତ୍ ସଙ୍ଗେ ସଙ୍ଗେ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି । ପ୍ରତିବର୍ଷ ଭଳି ଜ୍ଞାନୀ ବିଦ୍ବାନ ବ୍ୟକ୍ତି କୁ ବିଭିନ୍ନ ସମ୍ମାନ ରେ ସମ୍ମାନୀତ କରାଗଲା।ସମ୍ମାନୀତ ବ୍ୟକ୍ତି ଙ୍କ ମଧ୍ୟରୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରାପ୍ତ କରିବେ ଶ୍ରୀ ହୃଷିକେଶ ପାଣିଗ୍ରାହୀ ଏବଂ ଶ୍ରୀ ଜଗଦୀଶ ପାଣିଗ୍ରାହୀ ତତ୍ ସହିତ ଅଙ୍ଗବସ୍ତୁ ସମ୍ମାନ ରେ ସମ୍ମାନୀତ ହେଇଥିଲେ ଡ଼ା ରାଜେନ୍ଦ୍ର ପାଢ଼ୀ ଏବଂ ଡ଼ା ସୁରେନ୍ଦ୍ର ନାଥ ପାଣିଗ୍ରାହି ଏବଂ ପୂର୍ବ ଛାତ୍ର ସମ୍ମାନ ରେ ସମ୍ମାନୀତ ହେଇଥିଲେ ପ୍ରଫେସର୍ ୟୁ. ଟି ରାଓ ତତ୍ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କୁ ପ୍ରଦାନ କରାଗଲା ମିଳିଥିବା ସୂଚନା ଅନୁଯାୟୀ ସ୍ନାତ୍ତୋକର ପରିଷଦ ର ଅଧ୍ଯକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥୁ ପରିଚୟ ପ୍ରଦାନ କରିଥିଲେ ପରେ ବିଶ୍ବବିଦ୍ୟାଳୟ ‌ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବିଶ୍ବବିଦ୍ୟାଳୟ ର ପ୍ରଗତୀ ବିବରଣୀ ପାଠ କରିଥିଲେ ପରିଶେଷ ରେ ସାମ୍ବାଦିକ ଓ ଗଣ ଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ଭଞ୍ଜବିହାର ଖବର ଉନ୍ମୋଚନ ହେଲା ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଗଲା ସଭା ଶେଷରେ କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

District

ଦାଦନ ଶ୍ରମିକ ମାନଙ୍କ ସମସ୍ୟା ଏବଂ ସମାଧାନ ପାଇଁ କାର୍ଯ୍ୟକ୍ରମ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସମାଧାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଜିଲ୍ଲାରେ ସକ୍ରିୟ ଥିବା ସାମାଜିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ରବିବାର ଅରୁଣା NGO ଦ୍ୱାରା ଏକ ପରିଚାଳିତ ସଭା ଖୋଡାସିଙ୍ଗି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଅନୁଷ୍ଠାନମାନଙ୍କର ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି l